ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ଅତିକ୍ରମ କଲା

ନୂଆଦିଲ୍ଲୀ,୧୯।୫: ଗୋଟିଏ ପଟେ କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଏହା ଏବେ ୫୬ ଦିନ ପୂରଣ କରିଛି। ହେଲେ ଏବେବି ଦେଶରେ ଗତ ୨୪ ଘଣ୍ଟାରେ ୪,୯୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ମଙ୍ଗଳବାର ସକାଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନାରୁ ଜଣାପଡିଛି କି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୧,୧୩୯ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୧୩୪ ଜଣଙ୍କ ମୃତ୍ୟୁ ହେବା ଫଳରେ ଏବେ ଦେଶରେ ମୃତକଙ୍କ ସଂଖ୍ୟା ୩,୧୬୩ରେ ପହଞ୍ଚିଛି। ଏବେସୁଦ୍ଧା ଦେଶରେ ୩୯,୧୭୪ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି। ତେବେ ଦେଶ ମଧ୍ୟରେ ମହାରାଷ୍ଟ୍ରର ସ୍ଥିତି ସଙ୍ଗିନ ଥିବା ବେଳେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫,୦୫୮ରେ ପହଞ୍ଚିବା ସହ କେବଳ ମହାରାଷ୍ଟ୍ରରେ କରୋନା ମୃତ୍ୟୁସଂଖ୍ୟା ୧,୨୪୯ ରହିଛି। ଏହା ପରେ ତାମିଲନାଡୁରେ ୧୧,୭୬୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ଏହି ସଂଖ୍ୟା ରହଛି ୧୧,୭୪୫।

Share