ଦେଶରେ କରୋନା ସୁସ୍ଥ ହାର ୪୧.୬୧ ପ୍ରତିଶତ

ନୂଆଦିଲ୍ଲୀ,୨୬।୫: ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଅତିକ୍ରମ କରିଥିଲେ ମଧ୍ୟ ଏଠାରେ ସୁସ୍ଥ ହାର ଭଲ ରହିଛି ବୋଲି ସୋମବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ କହିଛନ୍ତି ଏବେ ଦେଶରେ କରୋନା ସୁସ୍ଥ ହାର ରହିଛି ୪୧.୬୧ ପ୍ରତିଶତ। ସେହିପରି ମୃତ୍ୟୁ ହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ୍‌ ରହିଛି ବୋଲି ସେ କହିଛନ୍ତି। ଏବେ ଦେଶରେ ମୃତ୍ୟୁ ହାର ୨.୮୭ ପ୍ରତିଶତ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଲଗାତାର ୪ ଦିନ ହେବ ପ୍ରତିଦିନ ୬ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି।

Share