ଦେଶରେ ଥମୁନି କରୋନା: ୧୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ଲକ୍ଷେ, ୧୦ ଦିନରେ ୨ ଲକ୍ଷରୁ ଛୁଇଁଲା ୩ ଲକ୍ଷ

ନୂଆଦିଲ୍ଲୀ, ୧୩।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯ ହଜାର ୬୦୩ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୮ ହଜାର ୮୯୦ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୫୪ ହଜାର ୩୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ୩୦ ଜାନୁୟାରୀରେ ଚିହ୍ନଟ କରାଯାଇଥିଲା। ଏହାପରେ ୧୧୦ ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଛୁଇଁଥିଲା। ଏହାପରେ ୧୫ ଦିନ ମଧ୍ୟରେ ଜୁନ୍‌ ୨ରେ ଏହା ୨ ଲକ୍ଷରେ ପହଞ୍ଚିଥିଲା। ୨ ଲକ୍ଷରୁ ୩ ଲକ୍ଷରେ ପହଞ୍ଚିବା ଲାଗି ମାତ୍ର ୧୦ ସମୟ ଲାଗିଥିଲା। ଜୁନ୍‌ ୧୨ରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଛୁଇଁଥିଲା। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଦିନରେ ୩ ଲକ୍ଷ ଟପିଥିବାବେଳେ ବ୍ରାଜିଲ୍‌ରେ ୮୫ ଦିନରେ ଏବଂ ରୁଷ୍‌ ରେ ୧୧୧ ଦିନ ସମୟ ଲାଗିଥିଲା। ତେବେ ଭାରତରେ ଏହି ସଂଖ୍ୟା ଛୁଇଁବା ପାଇଁ ୧୩୫ ଦିନ ଲାଗିଛି।

Share