Categories: ବାଣିଜ୍ୟ

ଦେଶରେ ନିଯୁକ୍ତି ହ୍ରାସ ହୋଇନି: ସନ୍ତୋଷ ଗଙ୍ଗଓ୍ବାର

ନୂଆଦିଲ୍ଲୀ,୧୦-୧୨: ଦେଶରେ କୌଣସି ପ୍ରକାରର ନିଯୁକ୍ତି ହ୍ରାସ ହୋଇ ନ ଥିବା କେନ୍ଦ୍ର ସରକାର ସୋମବାର ପୁଣି ଥରେ କହିଛନ୍ତି। ନିଯୁକ୍ତି ହ୍ରାସ ହେବା ନେଇ କୌଣସି ସ୍ପଷ୍ଟ କାରଣ ନ ଥିବା କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଲୋକ ସଭାରେ ସୂଚନା ଦେଇଛନ୍ତି। ବିମୁଦ୍ରୀକରଣ ପରେ ବୃହତ୍‌ ସଂଖ୍ୟାରେ ଲୋକମାନେ ନିଯୁକ୍ତି ହରାଇଥିବା ନେଇ ଏକ ପ୍ରଶ୍ନର ଉତ୍ତର ରଖି ଗଙ୍ଗଓ୍ବାର ଏହା କହିଛନ୍ତି। ଅଧିକ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି।

Share