Categories: ବାଣିଜ୍ୟ

ଦେଶରେ ପହଞ୍ଚତ୍ବା ମାତ୍ରେ ଏନ୍‌ଆର୍‌ଆଇଙ୍କୁ ମିଳିବ ଆଧାର

ନୂଆଦିଲ୍ଲୀ,୨୪-୯: ବୈଧ ପାସ୍‌ପୋର୍ଟ ଜରିଆରେ ଦେଶରେ ପାଦ ଦେବା ମାତ୍ରେ ପ୍ରବାସୀ ଭାରତୀୟ ଆଧାର ପାଇଁ ଏଣିକି ଆବେଦନ କରିପାରିବେ। ସେମାନଙ୍କୁ ଆଉ ୧୮୨ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପରେ ଆଧାର ଜାରି କରୁଥିବା ସଂସ୍ଥା ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ଏ ସଂକ୍ରାନ୍ତରେ ଏକ ସର୍କୁଲାର ଜାରି କରିଛି। ଏଥିରେ କୁହାଯାଇଛି ଯେ, ଆଧାର ଲାଗି ଦାଖଲ କରିବାକୁ ଥିବା ଫର୍ମରେ ବିଶେଷ ପରିବର୍ତ୍ତନ କରାଯାଇ ନାହିଁ। ଏନ୍‌ଆର୍‌ଆଇମାନେ ଭାରତରେ ପହଞ୍ଚତ୍ବା କ୍ଷଣି ପୂର୍ବରୁ ସାକ୍ଷାତ୍‌କାର ସମୟ ନେଇ ଆଧାର ପାଇଁ ଆବେଦନ କରିପାରିବେ। ପରିଚୟ, ଠିକଣା ଓ ଜନ୍ମ ସଂକ୍ରାନ୍ତୀୟ ତଥ୍ୟର ପ୍ରମାଣ ଭାବେ ବୈଧ ପାସ୍‌ପୋର୍ଟକୁ ଗ୍ରହଣ କରାଯିବ। ତେବେ ଭାରତୀୟ ଠିକଣା ନ ଥିଲେ ଏନ୍‌ଆର୍‌ଆଇମାନେ ୟୁଆଇଡିଏଆଇ ଦ୍ୱାରା ଅନୁମୋଦିତ ଅନ୍ୟ ଯେକୌଣସି ପରିଚୟପତ୍ର ଦେଖାଇପାରିବେ ବୋଲି ସର୍କୁଲାରରେ କୁହାଯାଇଛି। ସୂଚନାଥାଉ କି, ବୈଧ ଭାରତୀୟ ପାସ୍‌ପୋର୍ଟ ଥିବା ଏନ୍‌ଆର୍‌ଆଇଙ୍କୁ ଦେଶରେ ପହଞ୍ଚତ୍ବା ମାତ୍ରେ ଆଧାର ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତବର୍ଷ ଜୁଲାଇ ୫ରେ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଥିଲେ।

Share