Categories: ଜାତୀୟ

ଦେଶରେ ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୩,୫୮୬ ଆକ୍ରାନ୍ତ, ୩୩୬ ମୃତ

ନୂଆଦିଲ୍ଲୀ,୧୯।୬ : ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୫୩୨ ହୋଇଛି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୩୬ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୩ ଲକ୍ଷ ୮୦ ହଜାର ୫୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୪ ହଜାର ୭୧୦ ଜଣ ସୁସ୍ଥ ହୋଇଥିବା ବେଳେ ୧୨ହଜାର ୫୭୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦେଶରେ ୧ ଲକ୍ଷ ୬୩ ହଜାର ୨୪୮ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ୫ ହଜାର ୭୫୧ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୦୪ରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୮୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ହୋଇଛି। ସେଥିମଧ୍ୟରୁ ୧୯୬୯ ଜଣଙ୍କ ମୃତ୍ୟୁ ହୋଇଛି।

Share