ଦେଶରେ ପ୍ରତିିଦିନ ଭୋକରେ ରହୁଛନ୍ତି ୨୦ କୋଟି: ବର୍ଷକୁ ନଷ୍ଟ ହେଉଛି ୬ ହଜାର ୬ ଶହ କୋଟି କିଗ୍ରା ଖାଦ୍ୟ

ଓ୍ବାଶିଂଟନ,୨୪।୭: ଭାରତରେ ପ୍ରତିଦିନ ୨୦ କୋଟି ଭୋକିଲାଙ୍କୁ ଖାଦ୍ୟ ମିଳୁନି। ମାତ୍ର ଦେଶରେ ପ୍ରତିବର୍ଷ ହାରାହାରି ୬ ହଜାର ୬ଶହ ୩୦ କୋଟି କିଲୋଗ୍ରାମ୍‌ ଖାଦ୍ୟ ନଷ୍ଟ ହେଉଛି। ଭାରତରେ ପ୍ରତି ବ୍ୟକ୍ତି ବର୍ଷରେ ୫୧ କିଲୋଗ୍ରାମ୍‌ ଖାଦ୍ୟ ପଦାର୍ଥ ନଷ୍ଟ କରୁଛନ୍ତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ପୃଥିବୀରେ ପ୍ରତିବର୍ଷ ଲକ୍ଷେ ୩୦ ହଜାର କୋଟି କିଲୋଗ୍ରାମ୍‌ର ଖାଦ୍ୟ ପଦାର୍ଥ ନଷ୍ଟ ହେଉଛି। ଖାଦ୍ୟ ପଦାର୍ଥ ନଷ୍ଟ ହେଉଥିବା ତାଲିକାରେ ଏକ ନମ୍ବର ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ଏଠାରେ ବର୍ଷରେ ଜଣେ ବ୍ୟକ୍ତି ୩୬୧ କିଲୋଗ୍ରାମ୍‌ ଖାଦ୍ୟ ପଦାର୍ଥ ନଷ୍ଟ କରିଥାନ୍ତି। ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ଆମେରିକା ରହିଛି। ଏଠାରେ ଜଣେ ଲୋକ ବର୍ଷରେ ହାରାହାରି ୨୭୮ କିଲୋଗ୍ରାମ୍‌ର ଖାଦ୍ୟ ପଦାର୍ଥ ନଷ୍ଟ କରିଥାନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ତୁର୍କୀ ରହିଛି। ଏଠାରେ ଜଣେ ବାର୍ଷିକ ପ୍ରାୟ ୧୬୮ କିଳୋଗ୍ରାମ୍‌ ଖାଦ୍ୟ ନଷ୍ଟ କରିଥାନ୍ତି। ଏହି ତାଲିକାର ୭ ନମ୍ବର ସ୍ଥାନରେ ଭାରତ ରହିଛି। ଭାରତ ପଛକୁ ୮ ନମ୍ବର ସ୍ଥାନରେ ଚାଇନା ରହିଛି।

Share