Categories: ଜାତୀୟ

ଦେଶରେ ପ୍ରଥମଥର ଲଞ୍ଚ୍‌ ହେବ ଆଣ୍ଟିଭାଇରସ୍‌ ପୋଷାକ

ଦେଶରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ଦେଶରେ ପ୍ରଥମ ଥର ପାଇଁ ଆଣ୍ଟିଭାଇରସ ଟେକ୍ସଟାଇଲ ଟେକ୍ନୋଲୋଜିରେ ତିଆରି ପୋଷାକ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି। ଜୁନ ଶେଷ ସୁଦ୍ଧା ଏହି ପୋଷାକ ବଜାରକୁ ଆସିବ। ଏହି ପୋଷାକ ପିନ୍ଧିଲେ ୯୯.୯୯ ପ୍ରତିଶତ ଜୀବାଣୁ ହ୍ରାସ କରିବାର କ୍ଷମତା ଅଛି ବୋଲି ଦାବି କରାଯାଉଛି। ଟେକ୍ସଟାଇଲ ଏବଂ ପୋଷାକ କମ୍ପାନୀ ଅରବିନ୍ଦ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୁଲିନ ଲାଲାବାଇ ଇଣ୍ଟେଲିଫ୍ୟାବ୍ରିକ୍ସ ବ୍ରାଣ୍ଡ ଅଧୀନରେ ଆଣ୍ଟିଭାଇରସ ପୋଷାକ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ଏହି ଆଣ୍ଟିଭାଇରସ ପୋଷାକ ସ୍ବିସ୍‌ ଟେକ୍ସଟାଇଲ ଇନୋଭେସନ କମ୍ପାନୀ ହ୍ୟାକ ମ୍ୟାଟେରିଆଲ ଏଜି ଏବଂ ତାଇୱାନର ଅଗ୍ରଣୀ କେମିକାଲ କମ୍ପାନୀ ଜିଣ୍ଟେକ୍ସ କର୍ପୋରେସନ ସହଯୋଗରେ ପ୍ରସ୍ତୁତ କରାଯାଉଛି।

Share