Categories: ଜାତୀୟ

ଦେଶରେ ବଳାତ୍କାର ଘଟଣା ବୃଦ୍ଧିର କାରଣ ଅଶ୍ଳୀଳ ସାଇଟ୍‌: ନୀତୀଶ

ପାଟନା,୭।୧୨: ଦେଶରେ ଦିନକୁ ଦିନ ବଢି ଚାଲିଥିବା ବଳାତ୍କାର ମାମଲାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ହାଇଦ୍ରାବାଦ ଗଣ ବଳାତ୍କାର ପରେ ଏନ୍‌କାଉଣ୍ଟରକୁ ୨୪ ଘଣ୍ଟା ନ ପୁରୁଣୁ ଆଖି ବୁଜିଛନ୍ତି ଉନ୍ନାଓ ପୀଡିତା। ଏମିତି ଘଟଣାକୁ ନେଇ ପ୍ରତିକ୍ରିୟ ରଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି ଏହି ଘଟଣା ପାଇଁ ଅଶ୍ଳୀଳ ସାଇଟ୍‌ ଦାୟୀ। ଯଦି ଏମିତି ସମସ୍ତ ଇଣ୍ଟରନେଟ୍‌ ପ୍ଲାଟଫର୍ମକୁ ବନ୍ଦ କରି ଦିଆଯାଏ ହୁଏତ ଏହା ଅନେକାଂଶରେ ବନ୍ଦ ହୋଇ ପାରିବ। ବିଶେଷ କରି ଯେଉଁଠି ବଳାତ୍କାର ଭିଡିଓ ଅପଲୋଡ କରାଯାଉଛି କିମ୍ବା ଯାହାକୁ ଷଡଯନ୍ତ୍ରକାରୀମାନେ ନିଜେ ପ୍ରସ୍ତୁତ କରୁଛନ୍ତି ସେମତି ସାଇଟ୍‌ ଗୁଡିକୁ ବନ୍ଦ କରିବା ଜରୁରୀ। ଏମିତି ସାଇଟ୍‌ ବନ୍ଦ କରିବାକୁ ସେ କେନ୍ଦ୍ରକୁ ଚିଠି ଲେଖିବେ ବୋଲି କହିଛନ୍ତି।

Share