Categories: ଜାତୀୟ

ଦେଶରେ ବିଫଳ ହେଲା ଲକ୍‌ଡାଉନ: ରାହୁଲ

ନୂଆଦିଲ୍ଲୀ,୨୬।୫: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ମଙ୍ଗଳବାର ରାହୁଲ କହିଛନ୍ତି ଏବେ କରୋନା ମହାମାରୀ ଦେଶରେ ହୁ ହୁ ହୋଇ ବଢି ଚାଲିଛି। ହେଲେ ସରକାର ଏହି ସମୟରେ ଲକ୍‌ଡାଉନ ନିୟମରେ ଅନେକ କୋହଳ କରି ଦେଇଛନ୍ତି। ତେବେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଲକ୍‌ଡାଉନରେ କୋହଳ କରାଯାଇଛି ବୋଲି ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ତେଣୁ ଭାରତରେ ଲକ୍‌ଡାଉନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ରାହୁଲ କହିଛନ୍ତି। ସୂଚନାଯୋଗ୍ୟ, ଏବେ ଦେଶରେ ଗୋଟିଏ ଦିନରେ ପାଖାପାଖି ୭ ହଜାର କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଏହା ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରି ଚାଲିଛି।

Share