ଦେଶରେ ବୀମା ପେନିଟ୍ରେଶନ ଜିଡିପିର ୦.୯% : ଏସ୍‌ବିଆଇ ଜେନେରାଲ ଏମ୍‌ଡି

ଭୁବନେଶ୍ୱର,୧-୬: ଅଭିବୃଦ୍ଧିଶୀଳ ବଜାରଗୁଡିକୁ ବିଚାରକୁ ନେଲେ ଜଣାଯିବ ଯେ,ଅଣ ଜୀବନ ବୀମା ଗ୍ରହଣ କ୍ଷେତ୍ରରେ ଭାରତର ସ୍ଥିତି ଏତେଟା ଆଖି ଦୃଶିଆ ନୁହେଁ। ବର୍ତ୍ତମାନ ଘରୋଇ ବଜାରର ବୀମା ପେନିଟ୍ରେଶନ ମୋଟ ଜିଡିପିର ୦.୯% ରହିଛି। ଏହା ଅନ୍ୟ ଅଭିବୃଦ୍ଧିଶୀଳ ବଜାର ତୁଳନାରେ ନଗନ୍ୟ। ଭାରତ ତୁଳନାରେ ଏହି ଦେଶଗୁଡିକ ବୀମା ଗ୍ରହଣରେ ୧.୫% ରୁ ୨% ଗୁଣା ଆଗୁଆ ରହିଛନ୍ତି ବୋଲି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଏସ୍‌ବିଆଇ ଜେନେରାଲର ଏମ୍‌ଡି ତଥା ସିଇଓ ପୁଷନ ମହାପାତ୍ର ସୂଚନା ଦେଇଛନ୍ତି। ବୀମାର ପ୍ରକୃତ ଗୁରୁତ୍ୱକୁ ଲୋକମାନେ ବୁଝିବାର ଆବଶ୍ୟକତା ରହିଥିବା ସେ ମତ ରଖିଛନ୍ତି। ଦେଶରେ ଏହି ଧାରାରେ ପରିବର୍ତ୍ତନ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଉପରେ କାର୍ଯ୍ୟକ୍ରମ ଜାରି ରହିଥିବା ସେ କହିଛନ୍ତି। ଏହା ତ୍ୱରିତ ଭିତ୍ତିରେ ବଢିବାକୁ ନ ଥିବା ବେଳେ ଏଥି ଲାଗି ନିରନ୍ତର ପ୍ରୟାସ କରିବାକୁ ହେବ । ସେହିଭଳି ବିତରଣ ନେଟଓ୍ବର୍କ ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ନିକଟରେ ଓଡ଼ିଶାରେ ହୋଇଥିବା ବାତ୍ୟା ଫନୀରେ ଗ୍ରାହକଙ୍କ ଲାଗି ଏସ୍‌ବିଆଇ ଜେନେରାଲ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ମତ ରଖିଛନ୍ତି। କମ୍ପାନୀ ମୋଟ ୧୧୬୧ ବୀମା ଦାବି ଗ୍ରହଣ କରିଛି। ଏହି ଦାବିଗୁଡିକର ମୋଟ ମୂଲ୍ୟ ପ୍ରାୟ ୯୦ କୋଟି ଟଙ୍କା ରହିଥିବା ବେଳେ ୭୦୨ କ୍ଲେମ ବା ୬୬% ଦାବି ସମାଧାନ ଲାଗି ପଦକ୍ଷେପ ନିଆଯାଇଛି। ସାମାଧାନର ହାରାହାରି ସମୟ ୮ ଦିନ ରହିଛି। ସେହିଭଳି ବାତ୍ୟା ପ୍ରଭାବିତ ଲୋକଙ୍କ ଲାଗି କାଗଜପତ୍ର କ୍ଷେତ୍ରରେ କୋହଳ ବ୍ୟବସ୍ଥା କରାଯାଇଛି। ଗ୍ରାହକଙ୍କ ପାଖକୁ ୧୩.୩ କୋଟି ଏବଂ କ୍ଷତିଗ୍ରସ୍ତ ସମ୍ପତ୍ତିର ମରାମତି ତଥା ଉନ୍ନତୀକରଣ ଲାଗି ୩ କୋଟି ଟଙ୍କାର ଅନ୍ତରୀଣ ସହାୟତା ରାଶି ପ୍ରଦାନ କରାଯାଇଛି। ରାଜ୍ୟରେ କମ୍ପାନୀର ୫ଟି ଶାଖା ରହିଛି। ଏହି ସମୟରେ କମ୍ପାନୀ ରାଜ୍ୟରେ ୯୯ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରିଛି। ମୋଟ ପ୍ରିମିୟମ ମଧ୍ୟରେ ମୋଟର ବୀମାର ଅଂଶ ୪୦% ରହିଥିବା ବେଳେ ଫାୟାର ୨୦%, ଜିପିଏ ୧୭% ଓ ସ୍ବାସ୍ଥ୍ୟ ୧୯% ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଖସିଲା ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ,୪।୧୧: ଆମେରିକୀୟ ଦୁର୍ବଳତାର ଫାଇଦା ନେଇ ଅନ୍ୟ ଏସୀୟ ବଜାର ଲାଭାନ୍ବିତ ହୋଇଥିବା ବେଳେ କ୍ଷତିର ସମ୍ମୁଖୀନ ହୋଇଛି ଭାରତୀୟ ଟଙ୍କା। ସ୍ଥାନୀୟ ଷ୍ଟକରୁ କ୍ରମାଗତ...

ପୁଣି ବଢିବ ତେଲ ଦର: ଉତ୍ପାଦନକାରୀ ଦେଶ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୧୧: ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଉତ୍ପାଦନକାରୀ ରାଷ୍ଟ୍ର(ଓପେକ ପ୍ଲସ)ଗୁଡିକ ନିଷ୍ପତ୍ତି ନେବା ପରେ ତେଲ ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ...

ଓଡ଼ିଶାରୁ ଓହରି ନାହାନ୍ତି ଆର୍ସଲମିତ୍ତଲ, ନିପନ ଷ୍ଟିଲ୍: ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର,୪ା୧୧: ଅଗ୍ରଣୀ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଆର୍ସଲମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲ୍ ଓଡିଶାରୁ ଓହରି ନଥିବା କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ଦୁଇ କମ୍ପାନୀ...

ଉନ୍ନତମାନର ମସଲା ଯୋଗାଣକୁ ସିଦ୍ଧି ସ୍ପାଇସେସ୍‌ର ଗୁରୁତ୍ୱ

ଭୁବନେଶ୍ୱର,୪।୧୧: ବାଓଭର୍ଟ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡର ପ୍ରମୁଖ କମ୍ପାନୀ ତଥା ନୂତନ ମସଲା ବ୍ରାଣ୍ଡ୍‌ ସିଦ୍ଧି ସ୍ପାଇସେସର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର...

ପାର୍ଥ ପ୍ରତୀମ ବନ୍ଧନ ବ୍ୟାଙ୍କର ନୂଆ ଏମ୍‌ଡି

ନୂଆଦିଲ୍ଲୀ,୪।୧୧: ବନ୍ଧନ ବ୍ୟାଙ୍କର ନୂଆ ଏମ୍‌ଡି ତଥା ସିଇଓ ଭାବେ ପାର୍ଥ ପ୍ରତୀମ ସେନଗୁପ୍ତା ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଶେଷ କରି ବ୍ୟବସାୟ, ଋଣ ଓ...

ବିବାହ ଋତୁରେ ବିକ୍ରି ଅଭିବୃଦ୍ଧି ଆକଳନ

ନୂଆଦିଲ୍ଲୀ,୪।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ପାର୍ବଣ ବିକ୍ରି (ଫେଷ୍ଟିଭ ସେଲ୍‌ସ) ପରେ ପରେ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ମାରୁତି ସୁଜୁକି...

ପାର୍ବଣ ପରେ କମିଲା ଦର: ୩୦୦୦ ଖସିଲା ରୁପା,ଜାଣନ୍ତୁ ସୁନା ମୂଲ୍ୟ ଏବେ କେତେ?

ନୂଆଦିଲ୍ଲୀ,୩।୧୧: ଚଳିତ ବର୍ଷର ପାର୍ବଣ (ଦଶହରା, ଗଜଲକ୍ଷ୍ମୀ,କାଳୀପୂଜା ଏବଂ ଧନ୍‌ତେରସ୍‌) ସମୟରେ ଉଭୟ ସୁନା ଓ ରୁପା ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ଏପରିକି ପାର୍ବଣ କାରବାର...

ରେକର୍ଡ ପରିମାଣର ସୁନା ଚାହିଦା

ନୂଆଦିଲ୍ଲୀ,୨।୧୧: ୱାଲର୍‌ଡ ଗୋଲ୍ଡ କାଉନସିଲ(ଡବ୍ଲ୍ୟୁଜିସି)ର ତ୍ରୈମାସିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍‌ସ ରିପୋର୍ଟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri