ଦେଶରେ ଆର୍ଥିକ ମାନ୍ଦାବସ୍ଥା: ଅଟୋ ଶିଳ୍ପ ଉପରେ ଝୁଲୁଛି ଛଟେଇ ଖଣ୍ଡା;ଅଶୋକ ଲେଲାଣ୍ଡ୍‌ ୧୮ ଦିନ ରହିବ ବନ୍ଦ

ନୂଆଦିଲ୍ଲୀ,୯।୯: ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟ ଦେଇ ଗତି କରୁଛି। ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ଅଟୋ ଶିଳ୍ପ ଉପରେ ପଡ଼ିଛି। ଇତିମଧ୍ୟରେ ଏହି ଶିଳ୍ପରେ ୩ ଲକ୍ଷ ୫୦ ହଜାର କର୍ମଚାରୀ ଛଟେଇ ହୋଇଛନ୍ତି। ଫଳରେ ବେକାର ସଂଖ୍ୟା ବଢ଼ିବାରେ ଲାଗିଛି। ଜିଏସ୍‌ଟି ବୃଦ୍ଧି ଯୋଗୁ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ଏହାର ପ୍ରଭାବ ବୋଲି ଅର୍ଥନୀତିଜ୍ଞ ମତପୋଷଣ କରିଛନ୍ତି। ଅଶୋକ ଲେଲାଣ୍ଡ, ମାରୁତି ସମେତ ଅନ୍ୟ କମ୍ପାନୀଗୁଡ଼ିକର କାରବାର ବହୁ ପରିମାଣରେ ହ୍ରାସ ପାଇଛି। ଅଶୋକ ଲେଲାଣ୍ଡ୍‌ କ୍ଷତି ଭରଣା କରିବାକୁ ସେପ୍ଟେମ୍ବର ମାସରେ ଏହାର କାରଖାନାଗୁଡ଼ିକୁ ୫ରୁ ୧୮ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବ ବୋଲି ନିଷ୍ପତ୍ତି ନେଇଛି। ସେହିପରି ମାରୁତି ଇତି ମଧ୍ୟରେ ଏହାର ୩ ହଜାର ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିଛି। ଏହା ସହିତ ମାରୁତି ନିଜର ଉତ୍ପାଦନ ମଧ୍ୟ ହ୍ରାସ କରିଛି। ଗତ ୧୦ ମାସ ଧରି ଅଟୋ ଶିଳ୍ପରେ ଏଭଳି ସ୍ଥିତି ଜାରି ରହିଛି। ଅଗଷ୍ଟ ମାସରେ ବିଭିନ୍ନ ଯାନବାହନ ବିକ୍ରିରେ ୨୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପରିଲକ୍ଷିତ ହୋଇଛି। ଏନେଇ ଅଟୋ ଶିଳ୍ପ ପକ୍ଷରୁ ଜିଏସ୍‌ଟିକୁ ୨୮ରୁ ୧୮ ପ୍ରତିଶତକୁ କମ୍‌ କରାଇବା ପାଇଁ ଦାବି ହୋଇଛି। ସେପ୍ଟେମ୍ବର ୨୦ରେ ଗୋଆରେ ଜିଏସ୍‌ଟି କାଉନସେଲିଂ ବୈଠକ ହେବ। ଏହାକୁ ଉତ୍ସୁକତାର ସହିତ ଅଟୋ ଶିଳ୍ପଗୁଡ଼ିକ ଅପେକ୍ଷା କରିଛନ୍ତି। ଯଦି ଏଥିରେ ଜିଏସ୍‌ଟି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଏ ତେବେ ଅଟୋ ଶିଳ୍ପ ପାଇଁ ଏହା ଉପଯୋଗୀ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri