Advertisement

ଦେଶରେ ୧୧ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା ହୋଇଛି: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୪।୫: ଦେଶର କରୋନା ସଂକ୍ରମଣ ରୋକିବା ପାଇଁ ନମୁନା ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ସୋମବାର ସୁଦ୍ଧା ୧୧ ଲକ୍ଷ ୭ ହଜାର ୨୩୩ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ସୂଚନା ଦିଆଯାଇଛି। ନମୁନା ପରୀକ୍ଷା ଲାଗି ଦେଶରେ ୩୧୫ ସରକାରୀ ଏବଂ ୧୧୧ ବେସରକାରୀ ଲ୍ୟାବ୍‌ରେ ବ୍ୟବସ୍ଥା ରହିଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୫୩ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୭୨ଜଣଙ୍କ ମୃତ୍ୟୁ ଘଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share