Categories: ଜାତୀୟ

ଦେଶରେ ୧,୨୧୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୪।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୨୦୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୧୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪,୪୬,୫୮,୩୬୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪,୪୧,୧୧,୧୮୧ ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧୫,୭୦୫ ସକ୍ରିୟ ମାମଲା ରହିଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୦,୪୭୯କୁ ବୃଦ୍ଧି ପାଇଛି।

Share