ଦେଶରେ ୧୨ ଘଣ୍ଟାରେ ଚିହ୍ନଟ ହେଲେ ୪୯୦ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୬ ।୪: ଦେଶରେ ଗତ ୧୨ ଘଣ୍ଟା ମଧ୍ୟରେ ୪୯୦ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୬୭ ହୋଇଛି ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ସୋମବାର ସକାଳ ସୁଦ୍ଧା ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୨ ଜଣ ସୁସ୍ଥ ହୋଇଥିବା କୁହାଯାଇଛି । ଆଉ ୩୬୬୬ ଜଣ ଏବେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ରହିଛି । ତେବେ ମହାରାଷ୍ଟ୍ରରେ ସର୍ବାଧିକ ୬୯୦ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ତାମିଲନାଡୁରେ ୫୭୧ ଓ ଦିଲ୍ଲୀରେ ୫୦୩ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି ।

Share