ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୫।୫: ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ ବେଳ ଅଣାୟତ ହେବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୬,୯୭୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୮,୮୪୫ରେ ପହଞ୍ଚିଛି। କରୋନା ସଂକ୍ରମିତ ଦେଶ ମଧ୍ୟରେ ସବୁଠୁ ଆଗରେ ଥିବା ୧୦ ଦେଶ ମଧ୍ୟରେ ଏବେ ଭାରତ ସାମିଲ ହୋଇଛି ବୋଲି କୁହାଯାଉଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୪,୦୨୧ରେ ପହଞ୍ଚିଛି। ଏବେ ୭୭,୧୦୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୫୭,୭୨୧ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି। ଏବେବି ମହାରାଷ୍ଟ୍ରର ସ୍ଥିତି ସଙ୍ଗିନ ଥିବା ବେଳେ ଏବେ ସେଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦,୨୩୧ରେ ପହଞ୍ଚିଛି। ଏହାପଛକୁ ତାମିଲନାଡୁରେ ୧୬,୨୭୭, ଗୁଜରାଟ ୧୪,୦୫୬ ଓ ରାଜଧାନୀ ଦିଲ୍ଲୀରେ ୧୩,୪୧୮ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Share