ଦେଶରେ ୨୪ ଘଣ୍ଟାରେ ୧୦ ହଜାର ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୯।୬: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମଙ୍ଗଳବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୯,୯୮୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୫୯୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୩୧ ଜଣଙ୍କ ମୃତ୍ୟୁ ହେବା ସହ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ୭,୪୬୬ହୋଇଛି। ଏବେସୁଦ୍ଧା ୧,୨୯,୯୧୭ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୧,୨୯,୨୧୪ ଜଣ ସୁସ୍ଥ ହୋଇ ସାରିଲେଣି। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍‌ବେଗଜନକ ଥିବା ବେଳେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୮୮,୫୨୮ରେ ପହଞ୍ଚିଛି। ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୩,୨୨୯। ଦେଶରେ ଏପର୍ଯ୍ୟନ୍ତ ୪୯,୧୬,୧୧୬ ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧,୪୧,୬୮୨ ନମୁନା ପରୀକ୍ଷା କରାଯିବାର ସୂଚନା ରହିଛି।

Share