ଦେଶରେ ୪ଲକ୍ଷ ୧୦ ହଜାର ଅତିକ୍ରମ କଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୫ ହଜାରରୁ ଊର୍ଦ୍ଧ୍ୱ ନୂଆ ରୋଗୀ

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୪୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪,୧୧,୭୭୩ରେ। ଏମାନଙ୍କ ମଧ୍ୟରୁ ୨,୨୮,୩୦୭ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୩,୨୮୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହି ସ୍ଥିତିକୁ ଦେଖିବା ପରେ ସାଧାରଣ ଜନତା ସାମାନ୍ୟ ଭୟଭୀତ ହୋଇ ଯାଇଥିବା ଦେଖାଯାଇଛି। ଅନ୍ୟ ଦେଶ ଅପେକ୍ଷା ଭାରତରେ ମୃତ୍ୟୁ ହାର କମ୍‌ ଥିଲେ ମଧ୍ୟ ଏଥିରେ ଧୀରେ ଧୀରେ ଡାକ୍ତରଙ୍କ ମୃତ୍ୟୁ ଲୋକଙ୍କୁ ଚିନ୍ତାରେ ପକାଇ ଦେଉଛି।

Share