ଦେଶରେ ୪,୦୬୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧,୪୪୫ ଜଣଙ୍କର ରହିଛି ତବଲିଘ୍ ଜମାତ୍ ସହ ସମ୍ପର୍କ

ନୂଆଦିଲ୍ଲୀ,୬ ।୪: ସୋମବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪,୦୬୭ରେ । ତେବେ ଏମାନଙ୍କ ମଧ୍ୟରୁ ୧,୪୪୫ ଜଣଙ୍କର ତବଲିଘ ଜମାତ୍ ସହ ସମ୍ପର୍କ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ । ସୋମବାର ଏକ ଖବରଦାତା ସମ୍ମିଳନୀରେ ସେ ଏହା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୬୯୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ୭୬ ପ୍ରତିଶତ ପୁରୁଷ ରୋଗୀ ହୋଇଥିବା ବେଳେ ମାତ୍ର ୨୪ ପ୍ରତିଶତ ମହିଳା ରୋଗୀ ରହିଛନ୍ତି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି । ଏମାନଙ୍କ ମଧ୍ୟରେ ୪୭ ପ୍ରତିଶତ ୪୦ ବର୍ଷରୁ କମ୍ ବୟସର ବ୍ୟକ୍ତି ହୋଇଥିବା ବେଳେ ୩୪ ପ୍ରତିଶତ ୪୦-୬୦ ବର୍ଷର ବ୍ୟକ୍ତି ଓ ମାତ୍ର ୧୯ ପ୍ରତିଶତ ୬୦ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ବୋଲି ସେ କହିଛନ୍ତି । ତେବେ ଏପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମଣରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୭୩ ପ୍ରତିଶତ ପୁରୁଷ ଓ ମାତ୍ର ୨୭ ପ୍ରତିଶତ ମହିଳା ରହିଛନ୍ତି ।

Share