Categories: ଜାତୀୟ

ଦେଶରେ ୪୧ କରୋନା ସଂକ୍ରମିତ: ଆଇସୋଲେଶନରେ ଦିଲ୍ଲୀର ୩୩୭ ଲୋକ

ନୂଆଦିଲ୍ଲୀ,୮।୩: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି। ରବିବାର କେରଳରେ ୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ଅମୃତସରରେ ୨,ଗୁଡ଼ଗାଓ୍ବଁରେ ୧, ଦିଲ୍ଲୀରେ ୩, ଜୟପୁରରେ ୧୭, ଲଦାଖରେ ୨, ଗାଜିଆବାଦ୍‌ରେ ୧, ଆଗ୍ରାରେ ୬ଜଣଙ୍କଠାରେ କରୋନା ସଂକ୍ରମଣ ଲକ୍ଷଣ ଥିବା କୁହାଯାଉଛି। ସେହିପରି ତେଲେଙ୍ଗାନାରେ ୧ ଏବଂ ତାମିଲନାଡୁରେ ୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ସୁରକ୍ଷା ଦୃଷ୍ଟିରୁ ୩୩୭ ଜଣ ଲୋକଙ୍କୁ ଆଇସୋଲେଶନରେ ରଖାଯାଇଛି। ସେମାନଙ୍କଠାରୁ ସଂଗୃହୀତ ନମୂନା ଯାଞ୍ଚ୍‌ ପାଇଁ ପଠାଯାଇଛି।

Share