Categories: ଜାତୀୟ

ଦେଶରେ ୪୫ କୋଟିରୁ ଅଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ, ମୁମ୍ବାଇ ଆଗରେ

ନୂଆଦିଲ୍ଲୀ,୧।୧୦: ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଏବେ ୪୫.୧କୋଟି ଅଧିକ ଇଣ୍ଟରନେଟ୍‌ ବ୍ୟବହାରକାରୀ ଅଛନ୍ତି। ଭାରତରେ ଇଣ୍ଟରନେଟ୍‌ ବ୍ୟବହାର କରୁଥିବା ପ୍ରତି ତିନିଜଣ ବ୍ୟକ୍ତିଙ୍କ ମଧ୍ୟରେ ୨ଜଣଙ୍କ ବୟସ ୧୨ରୁ ୨୯ ବର୍ଷ ବୋଲି ଜଣାପଡିଛି। ମୁମ୍ବାଇ ସହରରେ ସର୍ବାଧିକ ୧.୧୭କୋଟି ଇଣ୍ଟରନେଟ୍‌ ବ୍ୟବହାରକାରୀ ଥିବାବେଳେ ଦିଲ୍ଲୀରେ ୧.୧୨ କୋଟି ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ସହରରେ ୬୨ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୭୨ ପ୍ରତିଶତ ପୁରୁଷ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ସେହିପରି ଗ୍ରାମାଞ୍ଚଳରେ ପ୍ରତିଦିନ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟ ୫୭ ପ୍ରତିଶତ ଥିବାବେଳେ ସହରରେ ଏହା ୭୨ ପ୍ରତିଶତ ରହିଛି।

Share