ନୂଆଦିଲ୍ଲୀ,୩।୫: ଦେଶର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି। ଏହା ପୃଥିବୀରେ ସବୁଠାରୁ କମ୍ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରବିବାର ସୂଚନା ଦେଇଛନ୍ତି। ଇତିମଧ୍ୟରେ ୧୦ ହଜାର ୮୮୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୮୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୨୪୮୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦,୨୬୩ ଥିବାବେଳେ ମୃତକଙ୍କ ସଂଖ୍ୟା ୧୩୦୬ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।