ସର୍ଭେ ଅଫ୍ ଇଣ୍ଡିଆ(ଏସ୍ଓଆଇ) ପ୍ରଥମେ ଡ୍ରୋନ୍ ସହାୟତାରେ ଦେଶର ଡିଜିିଟାଲ ନକ୍ସା କରୁଛି। ବିଜ୍ଞାନ ଓ ପ୍ରାଦୌଗିକ ବିଭାଗ ସହଯୋଗରେ ଏହି କାର୍ଯ୍ୟ ଦୁଇ ବର୍ଷରେ ଶେଷ ହେବ। ଏଥିପାଇଁ ତିନୋଟି ଡିଜିଟାଲ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଏଠାରେ ସମଗ୍ର ଦେଶର ଭୌଗୋଳିକ ଡିଜିଟାଲ ଡାଟା ପ୍ରସ୍ତୁତ କରାଯିବ। ସାଟେଲାଇଟ ଦ୍ୱାରା ନିୟନ୍ତ୍ରିତ ହେଉଥିବା ଜିପିଏସ୍ ସିଷ୍ଟମ୍ଠାରୁ ଡିଜିଟାଲ ନକ୍ସା ଠିକ୍ ତଥ୍ୟ ଦେବା ସହ ସ୍ପଷ୍ଟ ହୋଇପାରିବ। କିନ୍ତୁ ଦେଶର ସୁରକ୍ଷା ଦୃଷ୍ଟିକୋଣରୁ କେତେକ ସମ୍ବେଦନଶୀଳ ସ୍ଥାନକୁ ଏହି ନକ୍ସାରେ ସ୍ଥାନ ଦିଆଯିବ ନାହିଁ। ସାରା ଦେଶରେ ୨୫୦୦ଟି ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟସ୍କୁ ଆଧାରକରି ଏହି ନକ୍ସା ପ୍ରସ୍ତୁତ କରାଯାଉଛି। ନୂଆ ନକ୍ସା ପାଇଁ ଭର୍ଚୁଆଲ ସିଓଆରଏସ(ଶତତ ସଞ୍ଚାଳନ ସନ୍ଦର୍ଭ ଷ୍ଟେଶନ)ସିଷ୍ଟମ ମଧ୍ୟ ଉପଯୋଗ କରାଯାଇଛି। ହରିୟାଣା, ମହାରାଷ୍ଟ୍ର ଓ କର୍ନାଟକରେ ପ୍ରଥମେ ଏହିି ଯୋଜନା ଆରମ୍ଭ କରାଯାଇଛି। ଡିଜିଟାଲ ନକ୍ସା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ସବୁ ବିବରଣୀ ପ୍ରାପ୍ତ ହୋଇପାରିବ । ଭାରତରେ ଏବେ ଯେଉଁ ନକ୍ସା ପ୍ରଚଳିତ ହେଉଛି ତାହାକୁ ବ୍ରିଟିଶ ସର୍ଭେୟର କର୍ନଲ ସାର୍ ଜର୍ଜ ଏଭରେଷ୍ଟ ୧୮୩୦ ମେ୧ରେ ପ୍ରସ୍ତୁତ କରିଥିଲେ। ୧୮୯ ବର୍ଷର ଏହି ପୁରୁଣା ନକ୍ସା ପ୍ରକାଶନ ପରେ ସରକାର ଏବେ ନୂଆ ଡିଜିଟାଲ ନକ୍ସା ପ୍ରସ୍ତୁତ କରୁଛନ୍ତି।