Categories: ଫୁରସତ

ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର: ଏଠାରେ ଶୁଣିବାକୁ ମିଳିବ ପଶୁପକ୍ଷୀଙ୍କ ସ୍ବର

ରାଜକୋଟ: ଗୁଜରାଟର ରାଜକୋଟରେ ପ୍ରଦ୍ୟୁମ୍ନ ପାର୍କ ପ୍ରାଣୀ ସଂଗ୍ରାହାଳୟରେ ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର ନିର୍ମାଣ ସରିଛି। ଏଠାରେ ମନୁଷ୍ୟ, ପଶୁପକ୍ଷୀଙ୍କ ପ୍ରତିମା ନିର୍ମାଣ କରାଯାଇଛି। ଆହୁରି ମଧ୍ୟ ଏଠାରେ ଫଟୋ ସ୍କ୍ଲପ୍‌ଚର ପେଣ୍ଟିଂ ଜରିଆରେ ପ୍ରାଣୀ ଜଗତର ବିବିଧତାକୁ ବୁଝାଇବା ପାଇଁ ପ୍ରୟାସ କରାଯାଇଛି। ଖାଲି ଏତିକି ନୁହେଁ, ପଶୁପକ୍ଷୀଙ୍କ ସ୍ବର ଶୁଣିବା ପାଇଁ ବି ବ୍ୟବସ୍ଥା କରାଯାଇଛି।

ଅଧୀକ୍ଷକ ଡାକ୍ତର ଆର୍‌କେ ହୀରପରା କହିଛନ୍ତି, ୮ରୁ ୧୦ ଦିନ ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଏହି ପାର୍କ ଖୋଲାଯିବ। ଏଥିରେ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି। ଏହା ଦେଶର ପ୍ରଥମ ଜୁ ଇଣ୍ଟରପ୍ରିଟେଶନ ସେଣ୍ଟର।

Share