Categories: ଜାତୀୟ

ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପାଇଲଟଙ୍କ ପ୍ରଶିକ୍ଷଣ ଖର୍ଚ୍ଚ ବହନ କରିବେ କେରଳ ସରକାର

ଥିରୁଭାନନ୍ତପୁରମ,୧୩।୧୦: କେରଳର ୨୦ ବର୍ଷୀୟ ଆଦମ ହ୍ୟାରୀ ଜଣେ ତୃତୀୟ ଲିଙ୍ଗ ବ୍ୟକ୍ତି ବା ଟ୍ରାନ୍ସଜେଣ୍ଡର। ସେ ଏବେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପାଇଲଟ ହେବାକୁ ଯାଉଛନ୍ତି। ଆଉ ତାଙ୍କ ପ୍ରଶିକ୍ଷଣର ସମସ୍ତ ଖର୍ଚ୍ଚ କେରଳ ସରକାର ବହନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। ହ୍ୟାରିଙ୍କ ପାଖରେ ପ୍ରାଇଭେଟ ପାଇଲଟ ଲାଇସେନ୍ସ ରହିଛି। ସେ ଜୋହାନସବର୍ଗରେ ପାଇଲଟ ପ୍ରଶିକ୍ଷଣ ନେଇଥିବା କହିଛନ୍ତି। ଯେତେବେଳେ ସେ ପାଇଲଟ ପ୍ରଶିକ୍ଷଣ ନେଇ ଭାରତ ଫେରିଥିଲେ ସେତେବେଳେ ତାଙ୍କ ପରିବାର ଏ ବିଷୟରେ ଜାଣି ତାଙ୍କୁ ଗୃହବନ୍ଦୀ କରି ରଖିଦେଇଥିଲେ। ହେଲେ ସେ କୌଶଳକ୍ରମେ ସେଠାରୁ ବାହାରି ଆସି କିଛି କାମ ଆରମ୍ଭ କରିଥିଲେ। ଏହାପରେ ଚାଇଲ୍ଡ ଓ୍ବେଳଫେୟାର ଡିପାର୍ଟମେଣ୍ଟର ଡାକରା ଆସିଥିଲା ଓ ଗଣମାଧ୍ୟମ ଜରିଆରେ ସେ ଲୋକ ଲୋଚନକୁ ଆସିବା ସହ ଏବେ କେରଳ ସରକାର ସବୁ କଥା ଜାଣି ତାଙ୍କୁ କମର୍ସିଆଲ ପାଇଲଟ ହେବାରେ ଆର୍ଥିକ ସହଯୋଗ କରିବେ ବୋଲି ହା୍ୟାରୀ ପ୍ରକାଶ କରିଛନ୍ତି।

Share