Categories: ଫୁରସତ

ଦେଶର ପ୍ରଥମ ବରଫ କାଫେ

ମନାଲି: ଲେହ-ମନାଲି ଜାତୀୟ ରାଜପଥରେ ୧୪ ହଜାର ଫୁଟର ବରଫ କାଫେ ତିଆରି କରାଯାଇଛି। ଏହା ଦେଶର ପ୍ରଥମ ବରଫ କାଫେ। ଏଠାରେ ମସଲା ଚା’, ବଟର ଟି ଏବଂ ମସଲା ମ୍ୟାଗି ଉପଲବ୍ଧ ହେବ। ଏହାକୁ ସ୍ଥାନୀୟ ୪ ଯୁବକ ମିଶି ତିଆରି କରିଛନ୍ତି। ଲଦାଖର ମିରୁ ଗାଁ ନିକଟରେ କାଫେଟି ଥିବା ବେଳେ ଏହାକୁ ତିଆରି କରିବାର ଆଇଡିଆ ଦେଇଥିଲେ ମେକାନିକାଲ ଇଞ୍ଜିନିୟର ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌। ବରଫ କାଫେରେ ପାଇପ ବ୍ୟବହାର କରାଯାଇଛି। ଉଚ୍ଚରୁ ଆସୁଥିବା ପାଣି ଯେପରି ସହଜରେ ନିଷ୍କାସନ ହୋଇପାରିବ।

ଏହାକୁ କୋନ୍‌ ଆକାରର ନିର୍ମାଣ କରାଯାଇଛି। ଏହା ଭିତରେ ବସିବା ପାଇଁ ଯଥେଷ୍ଟ ସ୍ଥାନ ରହିଥିବା ବେଳେ ଆରାମରେ ଚଲାବୁଲା ମଧ୍ୟ କରିହେବ। ସର୍ବସାଧାରଣଙ୍କ ନିମନ୍ତେ ୨୦୨୦ ମେ ପର୍ଯ୍ୟନ୍ତ ଏହା ରହିବ। ପରେ ତରଳିବା ଆରମ୍ଭ ହେବ। ପାଣି ଯେମିତି ଅଯଥାରେ ନଷ୍ଟ ହେବ ନାହିଁ ତା’ର ସୁବ୍ୟବସ୍ଥା ମଧ୍ୟ କରାଯାଇଛି।

ବରଫ ତରଳିଲେ ପାଣି ଯେପରି ସଂରକ୍ଷିତ ହୋଇରହିବ ସେନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି। କାଫେରେ ଗରମ ଗରମ ଖାଦ୍ୟ ମିଳିବ। ଏଠାରେ ମେନୁ ବେଶୀ ପ୍ରକାରର ନୁହେଁ। କିନ୍ତୁ ଏମିତି ଖାଦ୍ୟ ମିଳିବ ଯାହା ମନକୁ ତାଜା କରିଦେବ। ଯେପିରିକି ମସଲା ଚା’ ଏବଂ ମସଲା ମ୍ୟାଗି। ଥଣ୍ଡାରେ ବସି ଗରମ ଗରମ ପାନୀୟ ପିଇବା ମଜା ନିଆରା ଲାଗିବ।

Share