ଦେଶର ପ୍ରଥମ ମହିଳା ବିଧାୟକ ଡା.ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କୁ ମନେପକାଇଲା ଗୁଗୁଲଡୁଡୁଲ

ନୂଆଦିଲ୍ଲୀ, ୩୦।୭: ଭାରତର ପ୍ରଥମ ମହିଳା ବିଧାୟକ ଡା. ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଆଜି ୧୩୩ତମ ଜନ୍ମଦିବସ। ଏହି ଅବସରରେ ଗୁଗୁଲ ଡୁଡୁଲ ପ୍ରସ୍ତୁତ କରି ତାଙ୍କୁ ମନେପକାଇଛି। ଡା.ମୁଥୁଲକ୍ଷ୍ମୀ କେବଳ ଜଣେ ବିଧାୟକ ନ ଥିଲେ ସେ ଜଣେ ଶିକ୍ଷକ, ସମାଜ ସୁଧାରକ, ସର୍ଜନ ଭାବେ ମଧ୍ୟ ଜଣାଶୁଣା ଥିଲେ। ସାରା ଜୀବନ ଲୋକଙ୍କ ସେବାରେ ଉତ୍ସର୍ଗ କରିଦେଇଥିଲେ। ସମାଜରୁ ଲିଙ୍ଗଭେଦ ହଟାଇବା ଏବଂ ମହିଳାଙ୍କୁ ଶିକ୍ଷା ଦେବା ପାଇଁ ସେ ସବୁବେଳେ ଲଢେଇ କରୁଥିଲେ। ଜୁଲାଇ ୩୦ ତାମିଲନାଡୁର ପୁଡୁକୋଟଇରେ ଜନ୍ମଗ୍ରହଣ କରିଥିବା ମୁଥୁଲକ୍ଷ୍ମୀଙ୍କ ମାତାପିତାଙ୍କୁ କମ୍‌ ବୟସରୁ ବିବାହ କରିଦେବାକୁ ଚାହୁଁଥିଲେ। କିନ୍ତୁ ସେ ଏହାକୁ ବିରୋଧ କରି ପାଠ ପଢିଥିଲେ। ଶେଷରେ ଡାକ୍ତର ହୋଇଥିଲେ। ଅଳ୍ପଦିନ ଡାକ୍ତର ରହିବା ପରେ ସେ ଚାକିରି ଛାଡି ରାଜନୀତି ଆଡକୁ ମୁହାଁଇଥିଲେ।

Share