Categories: ଜାତୀୟ

ଦେଶର ବିଭାଜନ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ: ମୋଦି

ନୂଆଦିଲ୍ଲୀ,୩।୩: ଦେଶର ବିଭାଜନ କରିବାକୁ ଚାହୁଁଥିବା ଶକ୍ତି ବିରୋଧରେ ଦୃଢ଼ଭାବେ ଛିଡ଼ା ହେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାଜପା ସଂସଦୀୟ ଦଳର ବୈଠକରେ ଯୋଗଦେଇ ମଙ୍ଗଳବାର ମୋଦି ଏଭଳି ମତ ଦେଇଛନ୍ତି। ଦେଶର ବିକାଶ ଲାଗି ଶାନ୍ତି, ଏକତା ଏବଂ ସଦ୍‌ଭାବ ଜରୁରୀ। ଏନେଇ ସଭିଏଁ ପ୍ରୟାସ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ୍‌ ନେଇ ମୋଦି କହିଛନ୍ତି ଯେ, ଅନ୍ୟ ରାଜନୈତିକ ଦଳ ଲାଗି ହୁଏତ ରାଜନୀତି ମୁଖ୍ୟ ହୋଇପାରେ ତେବେ ଭାଜପା ପାଇଁ ଦେଶ ସର୍ବୋପରି। ସାଂସଦଙ୍କୁ ଏହି ମନୋଭାବ ନେଇ କାର୍ଯ୍ୟ କରିବା ଜରୁରୀ ବୋଲି ସେ କହିଛନ୍ତି।

Share