Categories: ବାଣିଜ୍ୟ

ଦେଶର ମୁଣ୍ଡପିଛା ଆୟ ୧୦,୫୩୪ ଟଙ୍କା

ନୂଆଦିଲ୍ଲୀ,୧।୬: ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ମୁଣ୍ଡପିଛା ଆୟ ୧୦ ପ୍ରତିଶତ ବୃଦ୍ଧି ପାଇ ମାସକୁ ୧୦,୫୩୪ ଟଙ୍କା ହୋଇଛି। ଶୁକ୍ରବାର ଜାରି ସରକାରୀ ତଥ୍ୟରୁ ଏହା ଜଣାପଡିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ମାସକୁ ୯୫୮୦ ଟଙ୍କା ଥିଲା। ଷ୍ଟାଟିଷ୍ଟିକ୍ସ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ମାସକୁ ୧୦,୫୩୩.୮୩ ଟଙ୍କା ହିସାବରେ ୨୦୧୮-୧୯ରେ ମୁଣ୍ଡପିଛା ଆୟ ୧,୨୬,୪୦୬ ଟଙ୍କାରେ ପହଞ୍ଚତ୍ଛି। ଯାହାକି ପୂର୍ବବର୍ଷ ୧,୧୪,୯୫୮ ଟଙ୍କା ଥିଲା। ବାର୍ଷିକ ହିସାବରେ ଏହା ୧୦% ଅଧିକ। ସୂଚନାଯୋଗ୍ୟ ଯେ, ମୁଣ୍ଡପିଛା ଆୟରୁ ଦେଶର ବିକାଶ ସମ୍ପର୍କରେ ଜାଣିହୁଏ। ତଦନୁଯାୟୀ ମୋଟ ଜାତୀୟ ଆୟ(ଜିଏନ୍‌ଆଇ) ୨୦୧୮-୧୯ରେ ୧୮୮.୧୭ ଲକ୍ଷ କୋଟି ଟଙ୍କା ହୋଇଛି। ଯାହା କି, ୨୦୧୭-୧୮ରେ ୧୬୯.୧୦ ଲକ୍ଷ କୋଟି ଟଙ୍କା ଥିଲା।

Share