ନୂଆଦିଲ୍ଲୀ,୨୨।୮: ଦେଶର ସଙ୍କଟଜନକ ଅର୍ଥବ୍ୟବସ୍ଥାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କୁ ଗିରଫ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ବରିଷ୍ଠ ସଦସ୍ୟ ରଣଦୀପ୍ ସୁରେଜଓ୍ବାଲା ଅଭିଯୋଗ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ଗତ ଦୁଇଦିନ ଧରି ଚିଦାମ୍ବରମ୍ଙ୍କୁ ଗିରଫ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆକ୍ରୋଶମୂଳକ ଭାବେ ରାଜନୈତିକ ଷଡ଼ଯନ୍ତ୍ର ରଚିଛନ୍ତି। ସରକାର ନିଜର ଫାଇଦା ପାଇଁ ସିବିଆଇ ଏବଂ ଇଡ଼ିର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ଦେଶର ଆର୍ଥିକ ସ୍ଥିତି ଗୁରୁତର ହୋଇପଡ଼ିଥିବାବେଳେ ଅନେକ କ୍ଷେତ୍ରରେ କର୍ମଚାରୀ ଛଟେଇ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ସରକାର ନିଜକୁ ରକ୍ଷା କରିବା ପାଇଁ ଚିଦାମ୍ବରମ୍ଙ୍କୁ ଗିରଫ କରିଥିବା ସୁରେଜଓ୍ବାଲ କହିଛନ୍ତି।