ଦେଶର ସଙ୍କଟ ସ୍ଥିତିରେ ସରକାରଙ୍କ ସହିତ ଛିଡ଼ା ହୋଇଛି କଂଗ୍ରେସ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୯।୩: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଚଳାବସ୍ଥା ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ସହିତ କଂଗ୍ରେସ ଦଳ ଛିଡ଼ା ହୋଇଛି ବୋଲି ରାହୁଲ ଗାନ୍ଧୀ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ କଂଗ୍ରେସ ଅତି ଗୁରୁତର ସହିତ ଗ୍ରହଣ କରିଛି। ଏହାଦ୍ୱାରା ସାମାଜିକ ଦୂରତା ବୃଦ୍ଧି ହୋଇପାରିବ। ଫଳରେ କରୋନା ସଂକ୍ରମଣରେ ବାଧା ସୃଷ୍ଟି ହେବ ବୋଲି ରାହୁଲ କହିଛନ୍ତି।

Share