ଦେଶର ସବୁଠାରୁ ସ୍ବଚ୍ଛ ସହର: ବ୍ୟର୍ଜ୍ୟବସ୍ତୁରୁ ବର୍ଷକୁ ଆୟ କରୁଛି ୪ କୋଟି

ଭୋପାଳ,୬।୧: କେନ୍ଦ୍ରସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଏବେ କିଛି କିଛି ସ୍ଥାନରେ ସଫଳ ହେବାର ଦେଖିବାକୁ ମିଳିଛି। ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ଜଣାଶୁଣା ମଧ୍ୟପ୍ରଦେଶର ଇନ୍ଦୋର ଏବେ ବର୍ଜ୍ୟବସ୍ତୁକୁ ଉଚିତ୍‌ ବ୍ୟବହାର କରି ବର୍ଷକୁ ୪କୋଟି ଟଙ୍କା ଆୟ କରୁଥିବା ଜଣାପଡ଼ିଛି। ରବିବାର ଇନ୍ଦୋର ନଗର ନିଗମର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଗତ ୩ବର୍ଷରୁ ଇନ୍ଦୋର ଦେଶର ସବୁଠାରୁ ସ୍ବଚ୍ଛ ସହର ବୋଲି ଘୋଷିତ ହୋଇଛି। ହେଲେ ଚତୁର୍ଥଥର ମଧ୍ୟ ଏହି ଖ୍ୟାତି ପାଇବା ପାଇଁ ଇନ୍ଦୋର ନଗର ନିଗମ ଓ ସ୍ଥାନୀୟ ଲୋକେ ପୁରା ଜୋରସୋରରେ ଉଦ୍ୟମ ଚଳାଇଛନ୍ତି। ଏକ ଘରୋଇ କମ୍ପାନୀ ସାର୍ବଜନୀନ ଭାବେ (ପିପିପି) ମଡେଲ ଜରିଆରେ ବର୍ଜବସ୍ତୁଗୁଡିକୁ କମ୍ପୋଷ୍ଟ କରି ପୁନଃ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରୁଛି। ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ବ୍ୟର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ପାଇଁ ଉକ୍ତ କମ୍ପାନୀ ୩୦କୋଟି ଟଙ୍କା ନିବେଶ କରିଛି। ଆଉ ଏହି ପ୍ରକ୍ରିୟାକରଣ ପାଇଁ ୪ ଏକର ଜମି ଦିଆଯାଇଛି ବୋଲି ଇନ୍ଦୋର ନିଗମର ପରାମର୍ଶଦାତା ଅସଦ ଓ୍ବାରସି କହିଛନ୍ତି। ଏଥିରେ ପ୍ରତିଦିନ ୩୦୦ଟନ୍‌ ସୁଖିଲା ଓ ଆଉ କିଛି ଓଦାଳିଆ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରାଯାଉଛି। ଏହାପରେ ଏହାକୁ ଭିନ୍ନ ଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇ ଉକ୍ତ ରାଜ୍ୟ ବର୍ଷକୁ ପ୍ରାୟ ୪ କୋଟି ଆୟ କରୁଛି ବୋଲି ନଗର ନିଗମ ଅଧିକାରୀ କହିଛନ୍ତି।

Share