Categories: ଫୁରସତ

ଦେଶର ସବୁଠୁ ଧନୀ ଗାଁ

ସିମ୍‌ଲା: ସୋସିଆଲ ମିଡିଆରେ ହିମାଚଳପ୍ରଦେଶର ଏକ ଗାଁ ବେଶ୍‌ ସୁଖ୍ୟାତି ଅର୍ଜନ କରିଛି। ସିମ୍‌ଲାଠାରୁ ପ୍ରାୟ ୯୨ କିମି ଦୂରରେ ଅବସ୍ଥିତ ଏହି ଗାଁ ଦେଶର ସବୁଠୁ ଧନୀ ଗାଁ ଭାବେ ପରିଚିତ। ଏହାର ନାଁ ହେଉଛି ମଡାଓ୍ବଗ୍‌। ଯେଉଁଠି ପ୍ରତ୍ୟେକ ପରିବାରର ସଦସ୍ୟ ସେଓଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷକୁ ପ୍ରାୟ ୭ ଲକ୍ଷ ପେଟି ସେଓ ଉତ୍ପାଦନ କରି ଜଣେ ଜଣେ କୃଷକ ୭୦ରୁ ୭୫ ଲକ୍ଷ ରୋଜଗାର କରିଥାନ୍ତି। ଏହି ଗାଁରେ ଉତ୍କୃଷ୍ଟମାନର ସେଓ ଉତ୍ପାଦନ କରାଯାଇଥାଏ।

ଏଠାରେ ରୟାଲ ଆପଲ, ରେଡ୍‌ ଆପଲ, ରେଡ୍‌ ଗୋଲ୍ଡ କିସମର ସେଓ ଚାଷ କରାଯାଇଥାଏ। ୧୯୮୯ ମସିହା ପର୍ଯ୍ୟନ୍ତ ଏଠାରେ ସେଓର ନାଁଗନ୍ଧ ନ ଥିଲା। ୧୯୯୦ରେ କୃଷକମାନେ ସେଓ ଚାଷ ଆରମ୍ଭ କଲେ। ଏଥିରେ ବେଶ୍‌ ଲାଭ ହେଲା। ସେହିଦିନଠାରୁ ଏଠାକାର ଲୋକେ ସେଓକୁ ଜୀବିକା ଭାବେ ଗ୍ରହଣ କରି ଚାଷ କରିଆସୁଛନ୍ତି। ଏଠାରେ ଚାଷ କରାଯାଉଥିବା ସେଓ ଅଲଗା ସେଓ ଅପେକ୍ଷା ବେଶ୍‌ ବଡ଼। ଏହାକୁ ଦୀର୍ଘଦିନ ପର୍ଯ୍ୟନ୍ତ ସାଇତି ରଖିହୁଏ। ଏଠାରେ ବରଫ ପଡ଼େ ବୋଲି ଚାଷୀମାନେ ସେଓ ଗଛକୁ ଜାଲ ଦେଇ ଘୋଡ଼ାଇ ରଖିଥାନ୍ତି।

Share