Categories: ଜାତୀୟ

ଦେଶର ସମସ୍ତ ଝିଅଙ୍କୁ ମିଳିଛି ନ୍ୟାୟ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ,୨୦।୩: ‘ନିର୍ଭୟା’ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ଦୋଷୀଙ୍କୁ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀ ଦିଆଯିବା ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ନ୍ୟାୟପାଳିକା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ବିଳମ୍ବରେ ହେଉ ପଛେ ତାଙ୍କୁ ଏବଂ ତାଙ୍କ ଝିଅଙ୍କୁ ନ୍ୟାୟ ମିଳିଛି। ଏହା ଏକ ଦୀର୍ଘ ସଂଘର୍ଷ ଥିଲା। ଆଜି ଆମେ ନ୍ୟାୟ ପାଇଛୁ। ଏହିଦିନ ଦେଶର ଝିଅମାନଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି ଆଶାଦେବୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ୨୦୧୨ ଦିଲ୍ଲୀ ଗଣବଳାତ୍କାର ଏବଂ ହତ୍ୟା ଘଟଣାର ୪ ଦୋଷୀଙ୍କ ଫାଶୀଦଣ୍ଡର ଦୃଷ୍ଟାନ୍ତ ଦେଇ ଏବେ ଲୋକେ ସେମାନଙ୍କ ପୁଅମାନଙ୍କୁ ଶିକ୍ଷା ଦେବେ। ଏହା ସମଗ୍ର ଦେଶ ପାଇଁ ଏକ ବାର୍ତ୍ତା। ଏବେ ଝିଅମାନେ ନିଜକୁ ନିରାପଦ ମନେ କରିବେ।
ସେହିପରି ତାଙ୍କ ପିତା ବଦ୍ରିନାଥ ସିଂ କୁହନ୍ତି, ‘ଆଜି ଆମର ବିଜୟ ଏବଂ ଗଣମାଧ୍ୟମ, ସମାଜ ଏବଂ ଦିଲ୍ଲୀ ପୋଲିସ ଯୋଗୁ ଏହା ସମ୍ଭବ ହୋଇଛି। ତୁମେ ମୋ’ ହସ ଦ୍ୱାରା ମୋ’ ହୃଦୟରେ କ’ଣ ଅଛି ତାହା ବୁଝିପାରିବ ବୋଲି କହିଛନ୍ତି।

Share