ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌ ଜୋହର, ଅଦ୍‌ନାନ ଶାମୀ ଏବଂ ଏକତା କପୁର। ଏହି ପୁରସ୍କାର ଘୋଷଣା ପରେ କଙ୍ଗନା ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ପୁରସ୍କାରକୁ ଦେଶର ସମସ୍ତ ମା’ ଏବଂ କନ୍ୟାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ବୋଲି କହିଛନ୍ତି। ଏହି ପୁରସ୍କାର କେବଳ ତାଙ୍କର ନୁହେଁ, ଭାରତର ସମଗ୍ର ମହିଳାଙ୍କର। ଯେଉଁମାନେ ଦେଶକୁ ସୁନ୍ଦର ଭାବେ ଗଢ଼ି ତୋଳୁଛନ୍ତି।
କଙ୍ଗନା ଏହା ପୂର୍ବରୁ ୩ ଥର ଜାତୀୟ ପୁରସ୍କାର ହାସଲ କରିସାରିଛନ୍ତି। ଫିଲ୍ମ ‘ପଙ୍ଗା’ ପାଇଁ ମଧ୍ୟ ସେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଜୟଲଳିତାଙ୍କ ବାୟୋପିକ୍‌ରେ କଙ୍ଗନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Share