Categories: ଜାତୀୟ

ଦେଶର ସୁରକ୍ଷା ପାଇଁ ନିୟନ୍ତ୍ରଣ ରେଖା ପାର କରିବାକୁ ଭାରତୀୟ ଯବାନ କରିବେନି କୁଣ୍ଠାବୋଧ: ରାଜନାଥ ସିଂ

ନୂଆଦିଲ୍ଲୀ, ୨୬।୨: ଦେଶର ସୁରକ୍ଷା ସର୍ବୋପରି। ମାଟି ମା’ ପାଇଁ ସମୟ ପଡ଼ିଲେ କିଛି ସ୍ବତନ୍ତ୍ର ପଦକ୍ଷେପ ମଧ୍ୟ ନେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ନିୟନ୍ତ୍ରଣ ରେଖା ପାର କରିବାକୁ ଭାରତୀୟ ଯବାନ କୁଣ୍ଠାବୋଧ କରିବେନି ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଏକ ବର୍ଷ ପାଳନ କରାଯିବା ପାଇଁ ଆୟୋଜିତ ହୋଇଥିବା ଏକ ସଭାରେ ବୁଧବାର ରାଜନାଥ ଏପରି ସୂଚନା ଦେଇଛନ୍ତି। ଭାରତୀୟ ବାୟୁସେନାର ଯବାନ ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ସଫଳ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଏଭଳି କରାଯିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି।

Share