Categories: ଜାତୀୟ

ଦେଶର ହିତ ପାଇଁ ମନମୋହନଙ୍କ ଉପଦେଶ ଗ୍ରହଣ କରନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୨।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ଡ. ମନମୋହନ ସିଂ। ସେ କହିଛନ୍ତି ଏହି ଘଡିସନ୍ଧି ମୁହୂର୍ତ୍ତରେ ଦେଶବାସୀ ଏକାଠି ହେବା ଜରୁରୀ। ଚାଇନାକୁ କଡା ଜବାବ ଦେବାକୁ ହେଲେ ଆମକୁ କଠୋର ହେବାକୁ ପଡିବ। ସୀମାରେ ଶହୀଦ ଯବାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ନ ଦେବା ଆମର କର୍ତ୍ତବ୍ୟ ହେବା ଉଚିତ। ମନମୋହନଙ୍କ ଏହି ଉପଦେଶ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦେଶର ହିତକୁ ନଜରରେ ରଖି ମନମୋହନଙ୍କ ଉପଦେଶକୁ ମୋଦି ମାନିନେବା ଉଚିତ। ସୂଚନାଯୋଗ୍ୟ, ଭାରତ-ଚାଇନା ସୀମା ବିବାଦକୁ ନେଇ ରାହୁଲ ପ୍ରତିଥର ମୋଦି ସରକାରଙ୍କୁ ଘେରିବା ସହ ଭିନ୍ନ ଭିନ୍ନ ପ୍ରଶ୍ନ ଉଠାଉଛନ୍ତି।

Share