Categories: ଜାତୀୟ

ଦେଶର ୧୦ ରାଜ୍ୟରେ ନାହିଁ ମହିଳା ହେଲ୍ପ୍‌ଲାଇନ୍‌: ସେଥିରେ ରହିଛି ଭାଜପା ଶାସିତ ୯ ରାଜ୍ୟ

ନୂଆଦିଲ୍ଲୀ,୨।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ୧୦ଟି ରାଜ୍ୟରେ ମହିଳା ହେଲ୍ପ୍‌ଲାଇନ୍‌ ଆରମ୍ଭ ହୋଇ ନାହିଁ। ସେଥିମଧ୍ୟରେ ଭାଜପା ଶାସିତ ୯ ରାଜ୍ୟ ରହିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରେଜଓ୍ବାଲା ଏନେଇ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମହିଳା ହେଲ୍ପ୍‌ଲାଇନ୍‌ ନମ୍ବର ୧୧୨କୁ କଲ୍‌ କଲେ ତତ୍‌କ୍ଷଣାତ୍‌ ପୋଲିସ ଅସୁବିଧାରେ ପଡ଼ିଥିବା ମହିଳାଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି।

Share