ଦେଶର ୧୧ଟି ସହରରେ କରୋନା ସଂକ୍ରମଣ ଚିନ୍ତା ଜନକ: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ମଧ୍ୟ ଆରମ୍ଭ ହୋଇଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୭,୪୮୦ରେ ପହଞ୍ଚିଛି। ଦେଶର ୧୧ଟି ସହରରେ କରୋନା ସଂକ୍ରମଣ ଗୁରୁତର ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ସେସବୁ ସହର ମଧ୍ୟରେ ଇନ୍ଦୋର, ମୁମ୍ବାଇ, ପୁଣେ, ଜୟପୁର, କୋଲକତା, ହାଓ୍ବାଡ଼ା, ପୂର୍ବ ମେଦିନୀପୁର, ୨୪ ପ୍ରଗଣା, ଦାର୍ଜଲିଂ, ଅହମଦାବାଦ୍‌, କେଲେମ୍ପୋଙ୍ଗ୍‌, ଜଳପାଇଗୁଡ଼ି ଆଦି ରହିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଇତିମଧ୍ୟରେ ୨୫୪୬ ସୁସ୍ଥ ହୋଇ ଘରକୁ ଫେରିଥିବା କୁହାଯାଉଛି।

Share