Categories: ଜାତୀୟ

ଦେଶର ୨୪ତମ ମହାଲେଖାକାର ଭାବେ ଦାୟିତ୍ୱ ନେଲେ ସୋମା ରାୟ

ନୂଆଦିଲ୍ଲୀ,୧।୧୨: ଦେଶର ୨୪ତମ ମହାଲେଖାକାର ଭାବେ ଦାୟିତ୍ୱ ନେଇଛନ୍ତି ୧୯୮୬ ମସିହା ବ୍ୟାଚ୍‌ର ବରିଷ୍ଠ ପ୍ରଶାସନିକ ଅଧିକାରୀ ସୋମା ରାୟ। ଦେଶର ସପ୍ତମ ମହିଳା ଭାବରେ ସୋମା ରାୟ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ପୂର୍ବରୁ ସୋମା ରାୟ ବର୍ମନ ଅତିରିକ୍ତ ମହାଲେଖା ନିୟନ୍ତ୍ରକ ପଦବୀରେ ଥିଲେ। ୩୩ ବର୍ଷର କ୍ୟାରିୟରରେ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ପାଇଁ କାମ କରିସାରିଛନ୍ତି।

Share