ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ: ୪ ସହରରେ ୨୫୮୪ ଜଣ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ,୧୫।୪: ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ଦେଶର ୩୮୮ ଜିଲାରେ କରୋନା ସଂକ୍ରମଣ ହୋଇଛି। ସେହିପରି ମୁମ୍ବାଇ, ଜୟପୁର, ଇନ୍ଦୋର ଏବଂ ଅହମଦାବାଦ୍‌ ଆଦି ୪ ସହରରେ ମୋଟ ସଂକ୍ରମିତଙ୍କ ୨୫ ପ୍ରତିଶତ ରହିଛନ୍ତି। ଏସବୁ ସହରରେ ୨୫୮୪ ଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦେଶର ୧୦ଟି ଜିଲାରେ ମୋଟ ସଂକ୍ରମିତଙ୍କ ୩୯ ପ୍ରତିଶତ ରହିଥିବା କୁହାଯାଉଛି। ଅପରପକ୍ଷରେ ଟପ୍‌ ୫୦ ଜିଲାରେ ମୋଟ ସଂକ୍ରମିତଙ୍କ ୬୯ ପ୍ରତିଶତ ରହିଛନ୍ତି। ଗତ ୭ ଦିନ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ବେଗରେ ବୃଦ୍ଧି ପାଇଛି। ଏପ୍ରିଲ୍‌ ୬ରୁ ୧୩ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୪ ପ୍ରତିଶତ ହାରରେ ବଢ଼ିଛି। ଏପରି ଧାରା ଜାରି ରହିଲେ ଆସସ୍ତା ୭ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିବାର ଆଶଙ୍କା ଥିବା କୁହାଯାଉଛି। ତେବେ କରୋନା ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Share