Categories: ଜାତୀୟ

ଦେଶର ୪୨୫ ସେତୁ ମଧ୍ୟରୁ ୨୮୧ର ନିର୍ମାଣରେ ତ୍ରୁଟି: ୫ରୁ ୭ ବର୍ଷ ମଧ୍ୟରେ ନିର୍ମାଣ ହୋଇଛି ୨୫୩

ନୂଆଦିଲ୍ଲୀ,୧୭।୧୧: ଦେଶରେ ଥିବା ୪୨୫ ସେତୁର ସ୍ଥିତି ସମ୍ପର୍କରେ ସେଣ୍ଟ୍ରାଲ୍‌ ରୋଡ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୧୭ ରାଜ୍ୟରେ ଥିବା ସେତୁର ନିରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୨୮୧ ସେତୁର ନିର୍ମାଣରେ ବହୁ ତ୍ରୁଟି ରହିଥିବା ଏହି ରିପୋର୍ଟରେ କୁହାଯାଇଛି। ଏସବୁ ସେତୁ ମଧ୍ୟରୁ ୨୫୩ଟିର ନିର୍ମାଣ ୫ରୁ ୭ ବର୍ଷ ମଧ୍ୟରେ ହୋଇଛି। ଅପରପକ୍ଷରେ ୨୮ଟି ସେତୁ ପାଖାପାଖି ୨୦ ବର୍ଷ ପୁରୁଣା। ୧୫ଟି ବିପଦସଙ୍କୁଳ ସେତୁ ଉପରେ ଯାତାୟତ କରିବାକୁ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ବାରଣ କରାଯାଇଛି। ୨୦୧୮ରେ ଦେଶର ବିଭିନ୍ନ ସେତୁ ଉପରେ ୧୬ ହଜାର ଶହେ ୨୫ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୫ ହଜାର ୬ଶହ ୯୩ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ହଜାର ୭ଶହ ୬୨ ଆହତ ହୋଇଥିଲେ। ଗୁଜରାଟରେ ଅଧିକ ସଂଖ୍ୟକ ସେତୁରେ ତ୍ରୁଟି ରହିଛି। ରାଜ୍ୟରେ ୭୫ ପ୍ରତିଶତ ସେତୁ ଖରାପ। ଏହାପଛକୁ ଦ୍ୱିତୀୟ ସ୍ଥାନରେ ଝାଡ଼ଖଣ୍ଡ ରହିଛି। ସେହିପରି ସେତୁ ତ୍ରୁଟି ତାଲିକାର ତୃତୀୟ ସ୍ଥାନର ପଞ୍ଜାବ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share