Categories: ଜାତୀୟ

ଦେଶର ୫ଟି ସୈନିକ ସ୍କୁଲରେ ଝିଅଙ୍କୁ ମିଳିବ ଆଡମିଶନ

ନୂଆଦିଲ୍ଲୀ,୯।୧୨: ସୈନିକ ସ୍କୁଲରେ ଝିଅଙ୍କ ଆଡମିଶନ ପାଇଁ ମଞ୍ଜୁରୀ ମିଳିଛି। ଦେଶର ଏହି ୫ଟି ସୈନିକ ସ୍କୁଲରେ ଝିଅଙ୍କୁ ମିଳିବ ଆଡମିଶନ। ସରକାର ପାଇଲଟ ପ୍ରୋଜେକ୍ଟ ପରେ ଆନ୍ଧ୍ରପ୍ରଦେଶର କାଲିକିରି, କର୍ନାଟକର କୋଡାଗୁ ଏବଂ ବିଜାପୁର, ଉତ୍ତରାଖଣ୍ଡର ଘୋରାକଲ, ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଥିବା ସୈନିକ ସ୍କୁଲରେ ଏଣିକି ଝିଅମାନେ ପାଠ ପଢ଼ିପାରିବେ। ୨୦୨୦-୨୧ ସେସନରୁ ଏବେ ଦେଶର ସମସ୍ତ ୩୧ଟି ସୈନିକ ସ୍କୁଲରେ ଝିଅଙ୍କୁ ଆଡମିଶନ ନିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଟାଇମ୍‌ ବାଉଣ୍ଡ ଆକ୍ସନ ପ୍ଲାନ ଲାଗୁ କରାଯିବ। ସୋମବାର ଏନେଇ ରାଜ୍ୟ ସଭାରେ ରାଜ୍ୟର ରକ୍ଷାମନ୍ତ୍ରୀ ଶ୍ରୀପଦ ୟେଶୋ ନାଏକ୍‌ ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସରକାର ୫ ସୈନିକ ସ୍କୁଲରେ ଝିଅଙ୍କ ଆଡମିଶନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉକ୍ତ ସ୍କୁଲରେ ପ୍ରବେଶ ପାଇଁ ଝିଅଙ୍କ ଲାଗି ୧୦ପ୍ରତିଶତ ସଂରକ୍ଷିତ ରହିବ। ସୂଚନାଯୋଗ୍ୟ, ମିଜୋରାମ ଛିଙ୍ଗ୍‌ଛିପରେ ପ୍ରଥମେ ଝିଅଙ୍କ ଆଡମିଶନ ପାଇଁ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା। ଏଥିରେ ୬ଜଣ ଝିଅ ଆଡମିଶନ ନେଇ ଇତିହାସ ରଚିବା ସହ ଅନ୍ୟ ଝିଅଙ୍କ ପାଠପଢ଼ା ପାଇଁ ବାଟ ଖୋଲିଦେଇଥିଲେ।

Share