ଦେଶୀମଦ ସହ ଗାଡ଼ି ଜବତ

ବାଲେଶ୍ୱର ଅଫିସ, ୨୯।୪: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ରସାଳପୁର ରାସ୍ତାରେ ଅବକାରୀ ବିଭାଗର ଜିଲା ଭ୍ରାମ୍ୟମାଣ ଟିମ୍‌ ଦ୍ୱାରା ବୁଧବାର ଚଢ଼ାଉ କରାଯାଇ ୯ଶହ ଲିଟର ଦେଶୀ ମଦ ସହ ଏକ ଟାଟା ଏସିଇ ଗାଡ଼ି (ନଂ. ଓଡ଼ି୦୧-୫୫୭୫) ଜବତ କରାଯାଇଛି। ଡ୍ରାଇଭର ଫେରାର ହୋଇଯାଇଛନ୍ତି। ଏନେଇ ଅବକାରୀ ବିଭାଗର ଜିଲା ଭ୍ରାମ୍ୟମାଣ ଥାନାରେ ମାମଲା (ନଂ. ୧୩/୨୦-୨୧) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଜିଲା ଭ୍ରାମ୍ୟମାଣ ଆଇଆଇସି ଉଦେଲାଲ ନାୟକଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା।