Categories: କନ୍ଧମାଳ

ଦେଶୀ ପିସ୍ତଲ ସହ ନମ୍ବରବିହୀନ କାର ଜବତ, ଜଣେ ଗିରଫ

କ.ନୂଆଗଁ।,୧୩ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା କ.ନୂଆଗଁ। ଥାନା ଓଆଇସି ପ୍ରକାଶ ଚନ୍ଦ୍ର ପ୍ରଧାନ ପାଟ୍ରୋଲିଂ କରୁଥିବାବେଳେ କୁଡୁତୁଲି ପଞ୍ଚାୟତ ନିକଟରେ ଏକ ନମ୍ବରବିହୀନ କାର ଦେଖି ଅଟକାଇଥିଲେ। ଯାଞ୍ଚବେଳେ ସେଥିରୁ ଏକ ଦେଶୀ ପିସ୍ତଲ ସହ ୫ ଗୁଳି ମିଳିଥିଲା। ଏଥିସହ କାର ଭିତରେ ବିଭିନ୍ନ ନମ୍ବର ଥିବା ୪ଟି ନମ୍ବର ପ୍ଲେଟ ମଧ୍ୟ ମିଳିଛି। ଗାଡିରେ ଥିବା କୁଡୁତୁଲି ପଞ୍ଚାୟତ ମୁଣ୍ଡାରଗଁ।ର ସଚିନ ଦିଗାଲ (୨୮)ଙ୍କୁ ଗିରଫ କରିବା ସହ ନଂ.୧୦/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ଚାଳକ ବିଭିନ୍ନ ନମ୍ବର ପ୍ଲେଟ ଲଗାଇ ଗଞ୍ଜେଇ ଚାଲାଣ କରୁଥିବା ଜଣାପଡିଛି ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ କହିଛନ୍ତି।