Advertisement

ଦେଶୀ ମଦ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୮ା୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ପାନ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସୀମାଞ୍ଚଳ ପାତ୍ରଙ୍କୁ ଶନିବାର ପୋଲିସ କୋର୍ଟଚାଲାଣ କରିଛି। ଶୁକ୍ରବାର ସନ୍ଧ୍ୟାରେ ସୀମାଞ୍ଚଳ ଦୋକାନ ପାଖରେ ଏକ ଜରି ବ୍ୟାଗ ଧରି ଠିଆ ହୋଇଥିଲେ। ପୋଲିସ ଏସ୍‌ଆଇ ମଧୁସ୍ମିତା ପ୍ରଧାନ ଅତର୍କିତ ଚଢ଼ାଉ କରିଥିଲେ। ବ୍ୟାଗ୍‌ ଯାଞ୍ଚ କରିବାରୁ ସେଥିରେ ୨୧ଟି ଦେଶୀ ମଦ ପାଉଚ ମିଳିଥିଲା। ଥାନାରେ କେସ ନଂ ୯୪/୧୯ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସୀମାଞ୍ଚଳଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel