ଦେଶୀ ମଦ ଜବତ: ୨ ଗିରଫ

ବନ୍ତ,୨୮ା୪(ସ୍ବ.ପ୍ର.)-ଭଦ୍ରକ ଜିଲା ଆଗରପଡା ଥାନା ଅଧୀନ ଆଡିଆ କେନାଲ ପୋଲ ନିକଟରେ ଆଗରପଡା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବନ୍ତ ଅତିରିକ୍ତ ତହସିଲଦାର ବନୀତା ରାଣି କିସ୍କୁ ମଙ୍ଗଳବାର ସକାଳେ ଦେଶୀ ମଦ ଜବତ କରିବା ସହ ୨ ଜଣ ବେପାରୀଙ୍କୁ ଥାନାକୁ ନେଇଥିଲେ। ଖବରରୁ ପ୍ରକାଶ ଯେ, ଅତିରିକ୍ତ ତହସିଲଦାର ବନ୍ତରୁ ଆଗରପଡା ଯାଉଥିବା ବେଳେ ଉକ୍ତ ସ୍ଥାନରେ ବାଇକରେ ଦେଶୀ ମଦ ନେଇ ଆସୁଥିବା ୨ ଅଭିଯୁକ୍ତଙ୍କୁ ଧରିବା ସହ ମଦ ଓ ବାଇକ ଜବତ କରିଥିଲେ। ଉଭୟ ବେପାରୀ ହେଉଛନ୍ତି ଆଡିଆ ଗ୍ରାମର ଧନେଶ୍ୱର ଦାସ ଓ ପଦି ଗ୍ରାମର ଲମ୍ବୋଦର ଯେନା। ଏନେଇ ଥାନାେରେ ଏକ ମାମଲା (ନଂ.୪୪/୨୦) ରୁଜୁ ହୋଇଛି।