Categories: ଫୁରସତ

ଦେଶୀ ଯୋଗାଡ଼ରେ ଗରମ ହେଉଛି ପାଣି, ଲୋକେ କୁହନ୍ତି ଆସିବ ନାହିଁ ବିଜୁଳି ବିଲ୍‌

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଛି। ଯାହାକୁ ବ୍ୟବହାର କରି ଅନେକ ଲୋକ ଉପକୃତ ହୋଇପାରିବେ। ବର୍ତ୍ତମାନ ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ଦେଖି କିଏ ବ୍ୟବହାର ନ କରି ରହି ପାରିବେ ନାହିଁ। ବର୍ତ୍ତମାନ ପାଣି ଗରମର ଏକ କୌଶଳ ସାମ୍ନାକୁ ଆସିଛି। ଟ୍ୟାପ୍‌ରେ ଏକ ତମ୍ବା ପାଇପ୍‌ ଲଗଗାଯାଇ ତାକୁ ଗ୍ୟାସ ଉପରେ ରଖାଯାଉଛି। ପରେ ସେଥିରୁ ଗରମ ପାଣି ବାହାରୁଛି। ତେବେ କେହି କେହି ଏହାକୁ ପସନ୍ଦ କରିଥିବା ବେଳେ ବିଜୁଳି ବିଲ୍‌ ଆସବ ନାହିଁ ବୋଲି କହିଛନ୍ତିି।
କେତେକ ମଧ୍ୟ ଏହାକୁ ନାପସନ୍ଦ କରିଥିବା ବେଳେ ଅଯଥା ପାଇପ୍‌ କିଣା, ଗ୍ୟାସ ଖର୍ଚ୍ଚ ବୋଲି କହିଛନ୍ତି।

Share