Categories: ଜାତୀୟ

ଦେଶ କରୋନା ସହ ଲଢୁଥିବା ବେଳେ କଂଗ୍ରେସ ଲଢୁଛି କେନ୍ଦ୍ର ସହ: ଜାଭେଡକର

ନୂଆଦିଲ୍ଲୀ,୨୪।୪: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ସାରା ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ କଂଗ୍ରେସ କିନ୍ତୁ ଲଢୁଛି କେନ୍ଦ୍ର ସରକାରଙ୍କ ସହ। ପରୋକ୍ଷରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଏହି ସମୟରେ ରାହୁଲଙ୍କ କର୍ମୀମାନେ କରୋନାକୁ ନେଇ କୌଣସି କନଷ୍ଟ୍ରକଟିଭ ଆଇଡିଆ ଦେବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ କରୋନା ଯୁଦ୍ଧକୁ ନେଇ ସମାଲୋଚନା କରିବା ନିନ୍ଦନୀୟ ବିଷୟ। ନିକଟରେ ରାହୁଲ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ପ୍ରଦାନ ନ କରିବା ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏହାକୁ ନେଇ ପ୍ରକାଶ ଜାଭେଡକର ରାହୁଲଙ୍କ ଏଭଳି ଟୁଇଟକୁ ନିନ୍ଦା କରିଛନ୍ତି।

Share