ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କର୍ମକର୍ତ୍ତାମାନେ ରବିବାର ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ହେଲେ ଏହି ଅବସରରେ ନଡ୍ଡା କହିଛନ୍ତି ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁର ଯାଞ୍ଚ କରିବାକୁ ସାରା ଦେଶ ଦାବି କରୁଥିବା ବେଳେ ପଣ୍ଡିତ ଜବାହରଲାଲ ନେହେରୁ ଯାଞ୍ଚ ଆଦେଶ ଦେଇ ନ ଥିଲେ। ଇତିହାସ ଏହାର ସାକ୍ଷୀ ରହିଛି ବୋଲି ସେ କହିଛନ୍ତି। ହେଲେ ଡ. ମୁଖାର୍ଜୀଙ୍କ ବଳିଦାନ ବ୍ୟର୍ଥ ଜୀବନି ବୋଲି ସେ କହିଛନ୍ତି। ଡ. ମୁଖାର୍ଜୀଙ୍କ ପୂର୍ଣ୍ଣତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ମନେପକାଇ ଟୁଇଟ୍ କରିଛନ୍ତି। ମୋଦି କହିଛନ୍ତି ଡ. ମୁଖାର୍ଜୀଙ୍କ ଭଳି ଜଣେ ଦେଶଭକ୍ତଙ୍କ ଏକତା ଓ ଅଖଣ୍ଡତା ଆଜି ୧୩୦ କୋଟି ଭାରତୀୟଙ୍କ ସେବା କରିବାକୁ ଆମକୁ ପ୍ରେରଣା ଯୋଗାଉଛି।